ଗୁଡ୍ ନ୍ୟୁଜ୍: ଏହି ସରକାରୀ କର୍ମଚାରୀଙ୍କ ପୁଣି ବଢ଼ିଲା ଦରମା, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି
Advertisement
trendingNow11331334

ଗୁଡ୍ ନ୍ୟୁଜ୍: ଏହି ସରକାରୀ କର୍ମଚାରୀଙ୍କ ପୁଣି ବଢ଼ିଲା ଦରମା, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

DA Hike: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ମହଙ୍ଗା ଭତ୍ତା ଓ ହଙ୍ଗା ରିଲିଫ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । ଅନେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀମାନଙ୍କୁ ଅଗଷ୍ଟ ମାସରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରି ସେମାନଙ୍କୁ ଖୁସି ଖବର ଦେଇଛନ୍ତି । କିନ୍ତୁ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ DA ଓ DR ବୃଦ୍ଧି କରାଯିବ । 

ଗୁଡ୍ ନ୍ୟୁଜ୍: ଏହି ସରକାରୀ କର୍ମଚାରୀଙ୍କ ପୁଣି ବଢ଼ିଲା ଦରମା, ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission, DA Hike: ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ଅପେକ୍ଷା କରିଥିବା କର୍ମଚାରୀମାନଙ୍କୁ ଏସବୁ ରାଜ୍ୟର ସରକାର ବଡ଼ ଉପହାର ଦେଇଛନ୍ତି । ମହାରାଷ୍ଟ୍ର ଓ ଛତିଶଗଡ ସରକାର ସେମାନଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୬ ପ୍ରତିଶତ ଯାଏ ବୃଦ୍ଧି (DA Hike) କରିଛନ୍ତି । ମହାରାଷ୍ଟ୍ର ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଥିବାବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜ୍ୟ କର୍ମଚାରୀଙ୍କ ପାଇଁ ଡିଏକୁ ୬ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଏହି କାରଣରୁ ତାମିଲନାଡୁ ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଚଳିତ ବର୍ଷ ଅଗଷ୍ଟ ମାସରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ତାମିଲନାଡୁ ସରକାର ଏଥିରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହା ପରେ ଜୁଲାଇ ୧, ୨୦୨୨ରୁ ଏହା ୩୪ ପ୍ରତିଶତକୁ ବୃଦ୍ଧି ହୋଇଯାଇଛି । ଏହି ନିଷ୍ପତ୍ତି ଘୋଷଣା କରି ତାମିଲନାଡୁ ସିଏମ୍ କହିଛନ୍ତି ଯେ, ଏହି ନିଷ୍ପତ୍ତି ଯୋଗୁଁ ୧୬ ଲକ୍ଷ କର୍ମଚାରୀଙ୍କୁ ଉପକୃତ ହେବେ । ଏଥିପାଇଁ ସରକାରଙ୍କ ଉପରେ ୧,୯୪୭.୬୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । ଷ୍ଟାଲିନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ପେନସନକୁ ମାସକୁ ୧୮,୦୦୦ରୁ ବୃଦ୍ଧି କରି ୨୦,୦୦୦ ଟଙ୍କା ଓ ପରିବାର ପେନସନ ତଥା ସ୍ୱାଧୀନତା ଆନ୍ଦୋଳନର ବିଶିଷ୍ଟ ନେତାଙ୍କ ବଂଶଜଙ୍କୁ ୯,୦୦୦ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ସେହିପରି ମଧ୍ୟ ପ୍ରଦେଶ ସରକାର ଅଗଷ୍ଟ ୧ରେ ରାଜ୍ୟର ସରକାରୀ କର୍ମଚାରୀ (Madhya Pradesh Government Employees) ଙ୍କୁ ଏକ ବଡ଼ ଖୁସି ଖବର ପ୍ରଦାନ କରିଛନ୍ତି । ରାଜ୍ୟର ୭.୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ (State Government Employees) ଙ୍କ ପାଇଁ ମହଙ୍ଗା ଭତ୍ତା  (Dearness Allowance) ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଛି, ଅର୍ଥାତ୍ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chouhan)  କହିଛନ୍ତି ଯେ, ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩୪ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ସମାନ ହେବ । ଏହା ଦ୍ୱାରା ରାଜ୍ୟର ରାଜକୋଷ ଉପରେ ୬୨୫ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । କିନ୍ତୁ ଏହି ଡିଏ ବୃଦ୍ଧି ଯୋଗୁଁ ୭.୫ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ଓ ସେମାନଙ୍କ ଜୀବନରେ ଉନ୍ନତି ଆଣିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତଥର ସରକାରୀ କର୍ମଚାରୀମାନଙ୍କ ଡିଏରେ ୧୧ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଯାହା ପରେ ରାଜ୍ୟର ସରକାରୀ କର୍ମଚାରୀ ୩୧ ପ୍ରତିଶତ ଡିଏର ଲାଭ ପାଉଛନ୍ତି ।

ଏହା ବି ପଢ଼ନ୍ତୁ:-'ଏହା ଦୁନିଆକୁ ଧ୍ୱଂସ କରିଦେବ', ଜାଣନ୍ତୁ କାହିଁକି ୩ ସେଣ୍ଟିମିଟରର ଜୀବକୁ ନେଇ ଟେନସନରେ ବିଶ୍ୱର ବୈଜ୍ଞାନିକ

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ପାଇଁ ଏହି ୩ଟି ରାଜ୍ୟରେ ବଢ଼ିଲା କଂଗ୍ରେସର ସଙ୍କଟ, ହୁଡ୍ଡା ଓ ଆନନ୍ଦ ଶର୍ମା ମଧ୍ୟ ବଢ଼ାଇଲେ ଟେନସନ୍

ଏହା ବି ପଢ଼ନ୍ତୁ:-କଂଗ୍ରେସର ସ୍ଥାନ ନେବାକୁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି! ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ' ଆଗରେ କେଜ୍ରିୱାଲଙ୍କ ଏହା ହେଉଛି ପ୍ଲାନ୍

ସେପଟେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ମହଙ୍ଗା ଭତ୍ତା ଓ ହଙ୍ଗା ରିଲିଫ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । ଅନେକ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀମାନଙ୍କୁ ଅଗଷ୍ଟ ମାସରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରି ସେମାନଙ୍କୁ ଖୁସି ଖବର ଦେଇଛନ୍ତି । କିନ୍ତୁ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ DA ଓ DR ବୃଦ୍ଧି କରାଯିବ । ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ DA ଓ DR ବର୍ଷକୁ ଦୁଇଥର ବୃଦ୍ଧି କରିବାକୁ ସ୍ଥିର ହୋଇଛି ।

Trending news